RbiSearchHeader

Press escape key to go back

Past Searches

Page
Official Website of Reserve Bank of India

Notification Marquee

RBI Announcements
RBI Announcements

RbiAnnouncementWeb

RBI Announcements
RBI Announcements

Asset Publisher

78474358

ସୋଭରେନ୍ ସ୍ୱର୍ଣ୍ଣ ବଣ୍ଡସ – ୨୦୧୫-୧୬

ଭାରତୀୟ ରିଜର୍ଭ ବ୍ୟାଙ୍କ
ନଭେମ୍ୱର ୨୪,୨୦୧୫

ଆର.ବି.ଆଇ/୨୦୧୫-୧୬/୨୪୫
ଆଇଡିଏମଡି.ସି.ଡିଡି. ସଂଖ୍ୟା.୧୧୫୭/୧୪.୦୪.୦୫୦/୨୦୧୫-୧୬

ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ
ସମସ୍ତ ଅଧିସୂଚିତ ବାଣିଜ୍ୟିକ ବ୍ୟାଙ୍କ ଗୁଡ଼ିକ
(ଆର.ଆର.ବି. ଗୁଡ଼ିକ ବାଦ ଦେଇ)

ମହାଶୟ / ମହାଶୟା

ସୋଭରେନ୍ ସ୍ୱର୍ଣ୍ଣ ବଣ୍ଡସ – ୨୦୧୫-୧୬

ସୋଭରେନ ସ୍ୱର୍ଣ୍ଣ ବଣ୍ଡସ ଯୋଜନା ଉପରେ, ପରିପତ୍ର ଆଇଡିଏମ୍‌ଡି. ସିଡିଡି. ସଂଖା. ୯୩୯/୧୪.୦୪.୦୫୦/୨୦୧୫-୧୬ ଦିନାଙ୍କ ଅକ୍ଟୋବର ୩୦,୨୦୧୫ ପ୍ରସଙ୍ଗକୁ ଆମନ୍ତ୍ରଣ କରୁଅଛୁ।

2. ନଭେମ୍ୱର ୨୬, ୨୦୧୫ ରୁ ନଭେମ୍ୱର ୩୦,୨୦୧୫କୁ ସୋଭେରେନ୍‌ ସ୍ୱର୍ଣ୍ଣ ବଣ୍ଡ ପ୍ରଚଳନ ତାରିଖ ଘୁଞ୍ଚାଇ ଦିଆଯିବା ପାଇଁ ସ୍ଥିର ହୋଇଅଛି। ଏହି ବିଷୟରେ ଦଯାକରି ଆମ୍ଭର ପରିପତ୍ର ଆଇଡିଏମ୍‌ଡି. ସିଡିଡି. ସଂଖା. ୯୬୮/୧୪.୦୪.୦୫୦/୨୦୧୫-୧୬ ଦିନାଙ୍କ ନଭେମ୍ୱର ୪,୨୦୧୫ ମାଧ୍ୟମରେ ଜାରି କରାଯାଇଥିବା କାର୍ଯ୍ୟକାରିଣୀ ମାର୍ଗଦର୍ଶିକାଗୁଡ଼ିକୁ ଅନୁଧ୍ୟାନ କରନ୍ତୁ। ଏଥିରେ କୁହାଯାଇଥିଲା ଯେ, ଦରଖାସ୍ତକାରୀ ମାନଙ୍କଠାରୁ ପ୍ରାପ୍ୟ ମିଳିଯିବା ତାରିଖ ଠାରୁ ଚୁକ୍ତିବଦ୍ଧ ହେବା ତାରିଖ (ଅର୍ଥାତ୍‌, ସେମାନେ ପାଣ୍ଠି ରହିତ ହେବା ଅବଧି) ପର୍ଯ୍ୟନ୍ତ, ସେମାନଙ୍କୁ ପ୍ରଚଳିତ ସଞ୍ଚୟ ବ୍ୟାଙ୍କ ସୁଧ ହାରରେ ସୁଧ ଦିଆଯିବ। ଚୁକ୍ତିବଦ୍ଧ ହେବାର ତାରିଖ, ନଭେମ୍ୱର ୩୦,୨୦୧୫ ଘୁଞ୍ଚିଯିବା ହେତୁ, ଦେୟପ୍ରାପ୍ତି ହେବା ତାରିଖ ଠାରୁ ନୂଆ ଚୁକ୍ତିବଦ୍ଧ ହେବା ତାରିଖ (ନଭେମ୍ୱର ୩୦,୨୦୧୫) ପର୍ଯ୍ୟନ୍ତ ପ୍ରଚଳିତ ସଞ୍ଚୟ ବ୍ୟାଙ୍କ ସୁଧହାରରେ ସୁଧ ପ୍ରଦାନ କରାଯିବ।

3. ଉପରୋକ୍ତ ପରିପତ୍ରର ଅନ୍ୟ ନିବନ୍ଧନ ଓ ସର୍ତ୍ତ ଅପରିବର୍ତ୍ତିତ ରହିବ।

ଆପଣଙ୍କ ବିଶ୍ୱସ୍ତ,

(ପି.କେ. ପତି)
ମହାପ୍ରବନ୍ଧକ

RbiTtsCommonUtility

प्ले हो रहा है
ଶୁଣନ୍ତୁ

Related Assets

RBI-Install-RBI-Content-Global

RbiSocialMediaUtility

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ମୋବାଇଲ୍ ଆପ୍ଲିକେସନ୍ ଇନଷ୍ଟଲ୍ କରନ୍ତୁ ଏବଂ ଲାଟେଷ୍ଟ ନିଉଜ୍ କୁ ଶୀଘ୍ର ଆକ୍ସେସ୍ ପାଆନ୍ତୁ!

ଆମର ଆପ୍ ଇନଷ୍ଟଲ୍ କରିବାକୁ QR କୋଡ୍ ସ୍କାନ୍ କରନ୍ତୁ

RbiWasItHelpfulUtility

ପେଜ୍ ଅନ୍ତିମ ଅପଡେଟ୍ ହୋଇଛି:

ଏହି ପେଜ୍ ସହାୟକ ଥିଲା କି?