<font face="mangal" size="3">ସୋଭେରେନ ସ୍ୱର୍ଣ ବଣ୍ଡ ୨୦୧୬-୧୭- ଦ୍ୱିତୀୟ ପର୍ଯ୍ୟା&# - ଆରବିଆଇ - Reserve Bank of India
ସୋଭେରେନ ସ୍ୱର୍ଣ ବଣ୍ଡ ୨୦୧୬-୧୭- ଦ୍ୱିତୀୟ ପର୍ଯ୍ୟାୟ
ସେପ୍ଚେମ୍ବର ୨୨, ୨୦୧୬ ସୋଭେରେନ ସ୍ୱର୍ଣ ବଣ୍ଡ ୨୦୧୬-୧୭- ଦ୍ୱିତୀୟ ପର୍ଯ୍ୟାୟ ଭାରତ ସରକାରଙ୍କ ପରାମର୍ଶରେ ଭାରତୀୟ ରିଜର୍ଭ ବ୍ୟାଙ୍କ ପରିପତ୍ର ସଂଖ୍ୟା ଆଇ.ଡି.ଏମ.ଡି.ସି.ଡି.ଡି. ୪୬୨/୧୪.୦୪.୦୫୦ ଓ ପରିପତ୍ର ସଂଖ୍ୟା ଆଇ.ଡି.ଏମ.ଡି.ସି.ଡି.ଡି ୪୬୩/୧୪.୦୪.୦୫୦/୨୦୧୬-୧୭ ଅନ୍ତର୍ଗତ ସୋଭେରେନ ସ୍ୱର୍ଣ ବଣ୍ଡ, ୨୦୧୬-୧୭ ଦ୍ୱିତୀୟ ପର୍ଯ୍ୟାୟ ଜାରି କରିବା ପାଇଁ ଅଧିସୂଚୀତ କରିଥିଲା । ସେପ୍ଟେମ୍ବର ୦୧, ୨୦୧୬ ରୁ ସେପ୍ଟେମ୍ବର ୦୯, ୨୦୧୬ ପର୍ଯ୍ୟନ୍ତ ପଞ୍ଚମ କିସ୍ତି ସୋଭେରେନ ସ୍ୱର୍ଣ ବଣ୍ଡ ପ୍ରଚଳନ ପାଇଁ ଗ୍ରାହକଙ୍କଠୁ ଆବେଦନ-ପତ୍ର ଗ୍ରହଣ ନିମନ୍ତେ ଖୋଲା ଥିଲା । ବଣ୍ଡଗୁଡିକ ସେପ୍ଟେମ୍ବର ୨୩, ୨୦୧୬ ରେ ଜାରି କରିବାକୁ ଥିଲା । ବ୍ୟାଙ୍କ ଓ ଡାକଘର ଗୁଡିକରେ ବହୁ ସଂଖ୍ୟକ ଆବେଦନ-ପତ୍ର ଗ୍ରହଣ କରାଯାଇଛି । ଭାରତୀୟ ରିଜର୍ଭ ବ୍ୟାଙ୍କର ଇ- କୁବେର ବ୍ୟବସ୍ଥାରେ ସହଜ ଅପଲୋଡିଂ କ୍ଷମ କରିବା ପାଇଁ ବିଶେଷତଃ ଡାକଘର ଗୁଡିକ ପାଇଁ ସୋଭେରେନ ସ୍ୱର୍ଣ ମୁଦ୍ରା ଜାରି ତାରିଖ ସେପ୍ଟେମ୍ବର ୨୩, ୨୦୧୬ ରୁ ସେପ୍ଟେମ୍ବର ୩୦,୨୦୧୬କୁଘୁଞ୍ଚାଇଦିଆଯାଇଛି। ଉପରୋକ୍ତ ପରିପତ୍ରର ଅନ୍ୟ ସର୍ତ୍ତ ଅପରିବର୍ତ୍ତିତ ରହିଛି। ଅନିରୁଦ୍ଧ ଡି.ଯାଦବ ପ୍ରେସ ପ୍ରକାଶନ : ୨୦୧୬-୨୦୧୭/୭୪୦ |