RbiSearchHeader

Press escape key to go back

Past Searches

Page
Official Website of Reserve Bank of India

Notification Marquee

RBI Announcements
RBI Announcements

RbiAnnouncementWeb

RBI Announcements
RBI Announcements

Asset Publisher

136322519

ବ୍ୟାଙ୍କିଙ୍ଗ କମ୍ପାନିମାନଙ୍କ ପାଇଁ ଉପାଦେୟ ବିଶେଷ କାର୍ଯ୍ୟପ୍ରଣାଳୀ ବା ବ୍ୟାବହାରିକ ଅନୁଭୂତି

RBI/2016-17/152
DBR.Appt.BC.No.39/29.39.001/2016-17

November 24, 2016

ଅଧ୍ୟକ୍ଷ/ ପରିଚ଼ଳନା ନିର୍ଦ୍ଦେଶକ/ ମୁଖ୍ୟ ନିର୍ବାହୀ ଅଧିକାରୀ
ସରକାରୀ କ୍ଷେତ୍ର ବ୍ୟାଙ୍କ/ ବେସରକାରୀ କ୍ଷେତ୍ର ବ୍ୟାଙ୍କ / ବିଦେଶୀ ବ୍ୟାଙ୍କ
ଆଂଚଳିକ ଗ୍ରାମ୍ୟ ବ୍ୟାଙ୍କ /ସହରୀ ସମବାୟ ବ୍ୟାଙ୍କ / ରାଜ୍ୟ ସମବାୟ ବ୍ୟାଙ୍କ/ ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ

ମହାଶୟ

ବ୍ୟାଙ୍କିଙ୍ଗ କମ୍ପାନିମାନଙ୍କ ପାଇଁ ଉପାଦେୟ ବିଶେଷ କାର୍ଯ୍ୟପ୍ରଣାଳୀ ବା ବ୍ୟାବହାରିକ ଅନୁଭୂତି

ବ୍ୟାଙ୍କିଙ୍ଗ ଓ ପ୍ରଯୁକ୍ତି ବିଜ୍ଞାନରେ ଅଭିନବକରଣର ପୃଷ୍ଠଭୂମିରେ ଏହା ଅନୁଭୂତ ହେଉଛି ଯେ, ବାଣିଜ୍ୟିକ ବ୍ୟାଙ୍କ( ଆଂଚ଼ଳିକ ଗ୍ରାମ୍ୟ ବ୍ୟାଙ୍କମାନଙ୍କ ବ୍ୟତୀତ)ର ବୋର୍ଡ଼ମାନଙ୍କର ନିର୍ଦ୍ଦେଶକମାନଙ୍କ ପାଇଁ ବିଭିନ୍ନ ବୈଧାନିକ ବ୍ୟବସ୍ଥାରେ ପରିଗଣିତ ହେଉଥିବା ପ୍ରଭାବୀ କ୍ଷେତ୍ର ଜ୍ଞାନ ଓ ଅନୁଭୂତି, ବିବିଧ ବ୍ୟବସାୟ ପ୍ରତିଭୂତି ସୂଚ଼ୀ ଓ ଆପଦ ତୁଲାଇଲା ବେଳେ ଦିଗ୍ ଦର୍ଶନ ଦେବା ପାଇଁ, ଅନ୍ୟାନ୍ୟ ବୈଶିଷ୍ଟ୍ୟପୂର୍ଣ କ୍ଷେତ୍ରରେ ମିଳୁଥିବା ଜ୍ଞାନ ଓ ଅନୁଭୂତି ଦ୍ୱାରା ବଢ଼ା ଯିବା ବିଧେୟ । ଏଥିଯୋଗୁଁ, ବ୍ୟାଙ୍କମାନଙ୍କରେ ନିର୍ଦ୍ଦଶକ ପଦ ପାଇଁ ବିଚ଼ାରଯୋଗ୍ୟ ବ୍ୟକ୍ତିମାନଙ୍କ ପାଇଁ ବୈଶିଷ୍ଟୟପୂର୍ଣ କ୍ଷେତ୍ରର ପରିସର ବୃଦ୍ଧି କରି (i) ସୂଚ଼ନା ପ୍ରଦ୍ୟୋଗିକି (ii) ଅର୍ଥ ପ୍ରଦାନ ଓ ବନ୍ଦୋବସ୍ତ ବ୍ୟବସ୍ଥା (iii) ମାନବ ସଂସାଧନ (iv) ଆପଦ ପ୍ରବନ୍ଧନ ଓ (v) ବ୍ୟବସାୟ ପ୍ରବନ୍ଧନ ସମ୍ମିଳିତ କରାଇବା ନିମିତ୍ତ ନିଷ୍ପତ୍ତି ନିଆ ଯାଇଛି ।

2. ଆନୁସଙ୍ଗିକ ସୂଚ଼ନା ସମ୍ବନ୍ଧୀୟ ନଭେମ୍ବର 24, 2016 ର ଅଧିସୂଚ଼ନା DBR.Appt.BC.No.38/29.39.001/2016-17 ର ଏକ ପ୍ରତିଲିପି ସଂଲଗ୍ନ କରାଯାଇଛି ।

ଆପଣଙ୍କ ବିଶ୍ୱସ୍ତ

(ଅଜୟ କୁମାର ଚ଼ୌଧୁରୀ)
ମୁଖ୍ୟ ମହା ପ୍ରବନ୍ଧକ

ସଂଲଗ୍ନକ : ଅଧିସୂଚ଼ନା

RbiTtsCommonUtility

प्ले हो रहा है
ଶୁଣନ୍ତୁ

Related Assets

RBI-Install-RBI-Content-Global

RbiSocialMediaUtility

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ମୋବାଇଲ୍ ଆପ୍ଲିକେସନ୍ ଇନଷ୍ଟଲ୍ କରନ୍ତୁ ଏବଂ ଲାଟେଷ୍ଟ ନିଉଜ୍ କୁ ଶୀଘ୍ର ଆକ୍ସେସ୍ ପାଆନ୍ତୁ!

ଆମର ଆପ୍ ଇନଷ୍ଟଲ୍ କରିବାକୁ QR କୋଡ୍ ସ୍କାନ୍ କରନ୍ତୁ

RbiWasItHelpfulUtility

ପେଜ୍ ଅନ୍ତିମ ଅପଡେଟ୍ ହୋଇଛି:

ଏହି ପେଜ୍ ସହାୟକ ଥିଲା କି?