RbiSearchHeader

Press escape key to go back

Past Searches

Page
Official Website of Reserve Bank of India

Notification Marquee

RBI Announcements
RBI Announcements

RbiAnnouncementWeb

RBI Announcements
RBI Announcements

Asset Publisher

78491306

ଇଲେକ୍ଟ୍ରୋନିକ ଅର୍ଥ ପ୍ରଦାନକୁ ପ୍ରୋତ୍ସାହିତ କରିବା ପାଇଁ ବିଶେଷ ବ୍ୟବସ୍ଥା

ନଭେମ୍ବର 22, 2016

ଇଲେକ୍ଟ୍ରୋନିକ ଅର୍ଥ ପ୍ରଦାନକୁ ପ୍ରୋତ୍ସାହିତ କରିବା ପାଇଁ ବିଶେଷ ବ୍ୟବସ୍ଥା

ଡିଜିଟାଲ୍ ଉପାୟରେ ସାଧାରଣ ଜନତା ଯେପରି ନିଜର କାରବାର ଜନିତ ଆବଶ୍ୟକତା ପୂରଣ କରି ପାରିବେ ସେଥିପାଇଁ, ରିଜର୍ଭ ବ୍ୟାଙ୍କ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ବିଶେଷ ବିତରଣ ବ୍ୟବସ୍ଥା ଓ ସେମି କ୍ଳୋଜ୍ଡ ପ୍ରିପେଡ଼ ଅର୍ଥପ୍ରଦାନ ଦଲିଲ୍ (ପି.ପି.ଆଈ.) ମାଧ୍ୟମରେ ଅତିରିକ୍ତ ପଦକ୍ଷେପ ନେବା ଆରମ୍ଭ କରିଛି ।

କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ବର୍ତ୍ତମାନ ଏକ ବିଶେଷ ବିତରଣ ବ୍ୟବସ୍ଥା କାର୍ଯ୍ୟକ୍ଷମ କରାଯାଇଥିବା ବେଳେ ଅର୍ଥପ୍ରଦାନ ଦଲିଲ୍ ବଣ୍ଟନକାରୀମାନେ ଏହି ବ୍ୟବସାୟୀମାନଙ୍କୁ ଅର୍ଥପ୍ରଦାନ ଦଲିଲ୍ ଯୋଗାଇ ପାରିବେ । ଏହି ଅର୍ଥପ୍ରଦାନ ଦଲିଲର ସୀମା ଯେ କୌଣସି ସମୟରେ 20,000 ଟଙ୍କାରୁ ଉର୍ଦ୍ଧ୍ୟୁ ନ ଥିବା ବେଳେ, ବ୍ୟବସାୟୀମାନେ ଏହି ଅର୍ଥପ୍ରଦାନ ଦଲିଲରୁ ସେମାନଙ୍କର ସଂପୃକ୍ତ ବ୍ୟାଙ୍କ ଖାତାକୁ କାରବାର ପ୍ରତି କୌଣସି ଧାର୍ଯ୍ୟ ସୀମା ନ ରଖି ମାସିକ 50,000 ପର୍ଯ୍ୟନ୍ତ ପଠାଇ ପାରିବେ । ବ୍ୟବସାୟୀମାନଙ୍କୁ କେବଳ ନିଜ ବ୍ୟାଙ୍କ ଖାତାର ପ୍ରକାର ଏବଂ ସବିଶେଷ ବିବରଣୀ ବିଷୟରେ ଏକ ବ୍ୟକ୍ତିଗତ ଘୋଷଣାପତ୍ର ଦେବାକୁ ପଡ଼ିବ ।

ସର୍ବନିମ୍ନ ସବିଶେଷ ବିବରଣୀ ସହିତ ପ୍ରଦାନ କରାଯାଇଥିବା ଅର୍ଦ୍ଧସମାପ୍ତ ପ୍ରିପେଡ଼ ଅର୍ଥପ୍ରଦାନ ଦଲିଲର ସୀମାକୁ ବର୍ତ୍ତମାନର 10,000 ଟଙ୍କାରୁ 20,000 ଟଙ୍କାକୁ ବଢ଼ାଇ ଦିଆଯାଇଛି । ଯେ କୌଣସି ନିର୍ଦ୍ଦିଷ୍ଟ ମାସରେ ରିଲୋଡ ର ସର୍ବମୋଟ୍ ମୂଲ୍ୟକୁ ମଧ୍ୟ 20,000 ଟଙ୍କାକୁ ବଢ଼ାଇ ଦିଆଯାଇଛି ।

ଅନ୍ୟାନ୍ୟ ବର୍ଗର ପି.ପି.ଆଈ.ଗୁଡ଼ିକ ପାଇଁ ପ୍ରଚ଼ଳିତ ନିର୍ଦ୍ଦେଶ ଅପରିବର୍ତ୍ତିତ ରହିଛି । ଅଧିକୃତ ପି.ପି.ଆଈ. ପ୍ରଦାନକାରୀଙ୍କ ଦ୍ୱାରା 1,00,000 ଟଙ୍କା ସୀମାର ସଂପୂର୍ଣ କେ.ୱାଈ.ସି.ପ୍ରାପ୍ତ ପି.ପି.ଆଈ. ଉପଲବ୍ଧ କରାଯାଇ ପାରିବ ।

ସମୀକ୍ଷା ଅଧିନରେ, ଉପରୋକ୍ତ ପଦକ୍ଷେପ ନଭେମ୍ବର 21, 2016 ତାରିଖରୁ ଡ଼ିସେମ୍ବର 30, 2016 ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ।

ପୂର୍ବତନ ପି.ପି.ଆଈ. ନୀତିରେ ଏହି ବ୍ୟବସାୟୀମାନଙ୍କ ପାଇଁ ଏକ ପୃଥକ ଶ୍ରେଣୀ ଭାବେ ପି.ପି.ଆଈ. ଖୋଲିବାର ବ୍ୟବସ୍ଥା ନ ଥିଲା ଏବଂ ସର୍ବନିମ୍ନ ସବିଶେଷ ବିବରଣୀ ସହ ପ୍ରଦତ୍ତ ସେମି କ୍ଳୋଜ୍ଡ ପି.ପି.ଆଈ.ର ସୀମା 10,000 ଟଙ୍କା ଥିଲା ।

ଅଳ୍ପନା କିଲାୱାଲା
ପ୍ରଧାନ ପରାମର୍ଶଦାତା

ପ୍ରେସ ପ୍ରକାଶନ : 2016-2017/1282

RbiTtsCommonUtility

प्ले हो रहा है
ଶୁଣନ୍ତୁ

Related Assets

RBI-Install-RBI-Content-Global

RbiSocialMediaUtility

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ମୋବାଇଲ୍ ଆପ୍ଲିକେସନ୍ ଇନଷ୍ଟଲ୍ କରନ୍ତୁ ଏବଂ ଲାଟେଷ୍ଟ ନିଉଜ୍ କୁ ଶୀଘ୍ର ଆକ୍ସେସ୍ ପାଆନ୍ତୁ!

ଆମର ଆପ୍ ଇନଷ୍ଟଲ୍ କରିବାକୁ QR କୋଡ୍ ସ୍କାନ୍ କରନ୍ତୁ

RbiWasItHelpfulUtility

ପେଜ୍ ଅନ୍ତିମ ଅପଡେଟ୍ ହୋଇଛି:

ଏହି ପେଜ୍ ସହାୟକ ଥିଲା କି?