<font face="mangal" size="3">ପଏଣ୍ଟ ଅଫ୍ ସେଲ୍ (ପିଓଏସ୍)ରେ ନଗଦ ଉଠାଣ – ଉଠାଣ ସୀମା ଓ - ଆରବିଆଇ - Reserve Bank of India
ପଏଣ୍ଟ ଅଫ୍ ସେଲ୍ (ପିଓଏସ୍)ରେ ନଗଦ ଉଠାଣ – ଉଠାଣ ସୀମା ଓ ଗ୍ରାହକ ଶୁଳ୍କ / ଚ଼ାର୍ଜ – କୋହଳ ନୀତି
ନଭେମ୍ବର 18, 2016 ପଏଣ୍ଟ ଅଫ୍ ସେଲ୍ (ପିଓଏସ୍)ରେ ନଗଦ ଉଠାଣ – ଉଠାଣ ସୀମା ଓ ଗ୍ରାହକ ଶୁଳ୍କ / ଚ଼ାର୍ଜ – କୋହଳ ନୀତି ନଭେମ୍ବର 14, 2016 ତାରିଖରେ ଭାରତୀୟ ରିଜର୍ଭ ବ୍ୟାଙ୍କ ସବୁ ବ୍ୟାଙ୍କକୁ ଅନୁଦେଶ ଦେଇଥିଲେ ଯେ, ନଭେମ୍ବର 10, 2016 ତାରିଖଠାରୁ ଡ଼ିସେମ୍ବର 30, 2016 ତାରିଖ ଭିତରେ ସଂଚ଼ୟ ବ୍ୟାଙ୍କ ଜମାକାରୀଙ୍କ ଦ୍ୱାରା ସମସ୍ତ ଏ.ଟି.ଏମ୍.ରେ କରାଯାଇଥିବା କାରବାର ଉପରେ ଆଦାୟ କରାଯାଉଥିବା ଲେଭିକୁ ସବୁ ବ୍ୟାଙ୍କ କାରବାର କରାଯାଇଥିବା ସଂଖ୍ୟାକୁ ବିଚ଼ାରକୁ ନ ନେଇ ସମୀକ୍ଷା ଆଧାରରେ ଛାଡ଼ କରିବେ । ଅନ୍ୟ ଏକ ଗ୍ରାହକ ଭିତ୍ତିକ ପଦକ୍ଷେପ ସ୍ରୂପ, ଏହି ସୁବିଧା ପାଇଁ ଉପଯୁକ୍ତ ସବୁ କେନ୍ଦ୍ର ( I ରୁ IV ସ୍ତର)ର ସମସ୍ତ ବ୍ୟବସାୟ ପ୍ରତିଷ୍ଠାନଙ୍କ ପାଇଁ ପି.ଓ.ଏସ୍.ରେ ନଗଦ ଉଠାଣର ସୀମାକୁ ସମାନ ଭାବରେ ଦୈନିକ 2000 ଟଙ୍କା ରଖା ଯାଇଛି ଏବଂ (ii) ଏହିପରି ସମସ୍ତ କାରବାର ଉପରେ ଯଦି କୌଣସି ଗ୍ରାହକ ଶୁଳ୍କ ଆଦାୟ କରାଯାଉଥାଏ ତାହାକୁ ଡ଼ିସେମ୍ବର 30, 2016 ତାରିଖ ଯାଏ ପୁନଃସମୀକ୍ଷା ପର୍ଯ୍ୟଂତ ଉଠାଇ ଦିଆଯାଇଛି । ଏଠାରେ ସ୍ମରଣ କରାଇ ଦିଆଯାଉଛି ଯେ ରିଜର୍ଭ ବ୍ୟାଙ୍କ, ଅଗଷ୍ଟ 27, 2016 ତାରିଖର ରିପତ୍ର DPSS.CO.PD.No. 49/02.14.003/20145-16 ରେ ସ୍ତର I ରୁ II ପାଇଁ 1000 ଟଙ୍କା ଓ ସ୍ତର III ରୁ VI ର କେନ୍ଦ୍ର ମାନଙ୍କ ପାଇଁ ପଏଣ୍ଟ ଅଫ୍ ସେଲ୍ (ପି.ଓ.ଏସ୍.)ରୁ ନଗଦ ଉଠାଣକୁ 2000 ଟଙ୍କା ପର୍ଯ୍ୟନ୍ତ ଅନୁମତି ପ୍ରଦାନ କରିଥିଲା । ଅଳ୍ପନା କିଲାୱାଲା ପ୍ରେସ୍ ପ୍ରକାଶନ : 2016-2017/1255 |