RbiSearchHeader

Press escape key to go back

Past Searches

Theme
Theme
Text Size
Text Size
S1

Notification Marquee

RBI Announcements
RBI Announcements

RbiAnnouncementWeb

RBI Announcements
RBI Announcements

Asset Publisher

78499335

୫୦୦ ଏବଂ ୧୦୦୦ ଟଙ୍କିଆ ବ୍ୟାଙ୍କ ନୋଟ ର ବୈଧ ମୁଦ୍ରା ମାନ୍ୟତା ପ୍ରତ୍ୟାହାର-ପ୍ରେସ ଇସ୍ତାହାର

November 12, 2016

୫୦୦ ଏବଂ ୧୦୦୦ ଟଙ୍କିଆ ବ୍ୟାଙ୍କ ନୋଟ ର ବୈଧ ମୁଦ୍ରା ମାନ୍ୟତା ପ୍ରତ୍ୟାହାର-ପ୍ରେସ ଇସ୍ତାହାର

ପୂର୍ବ ପ୍ରଚଳିତ ୫୦୦ ଏବଂ ୧୦୦୦ ଟଙ୍କିଆ ବ୍ୟାଙ୍କ ନୋଟ ର ବୈଧ ମୁଦ୍ରା ମାନ୍ୟତା ପ୍ରତ୍ୟାହୃତ ହେବା ସଙ୍ଗେ ସଙ୍ଗେ ଏହି ନୋଟ ଗୁଡିକର ବିନା ଅସୁବିଧା ରେ ପ୍ରଚଳନରୁ ଆଶୁ ପ୍ରତ୍ୟାହାର ଏବଂ ସେହି ନୋଟ ଗୁଡିକ ବଦଳରେ ଅନ୍ୟ ମୂଲ୍ୟ ବର୍ଗ ର ନୋଟ ପ୍ରଦାନ ସମଗ୍ର ବ୍ୟାଙ୍କିଙ୍ଗ ବ୍ୟବସ୍ଥା ଉପରେ ଏକ ଗୁରୁ ଦାୟୀତ୍ଵ ନ୍ୟସ୍ତ କରିଛି | ଘୋଷଣାର କିଛି ଘଣ୍ଟା ମଧ୍ୟରେ ଏଟିଏମ ଗୁଡିକରୁ ଏହି ନିର୍ଦ୍ଧିଷ୍ଟ ବ୍ୟାଙ୍କ ନୋଟ ଗୁଡିକର ପ୍ରତ୍ୟାହାର, ଏଟିଏମ ରୁ ଅନ୍ୟ ବୈଧ ଦେୟ ମୂଲ୍ୟ ବର୍ଗ ର ନୋଟ ଇସ୍ୟୁ କରିବାର ସୁବିଧା ତଥା ଦେଶର ସମସ୍ତ ବ୍ୟାଙ୍କ ଶାଖା ଗୁଡିକରେ ଜନସାଧାରଙ୍କୁ ନୋଟ ବଦଳର ସୁବିଧା ଘୋଷଣାର ଏକ ଦିନ ପରେ ଯୋଗାଇ ଦିଆ ଯାଇଛି | ଜନସାଧାରଣଙ୍କ ଅସୁବିଧା ହ୍ରାସ କରିବା ସଂଗେସଂଗେ ତାଙ୍କର ଆବଶ୍ୟକତା କୁ ପୂରଣ କରିବା ପାଇଁ ବ୍ୟାଙ୍କ ମାନଙ୍କର ସମସ୍ତ ଶାଖା ତଥା ରିଜର୍ଭ ବ୍ୟାଙ୍କର ସମସ୍ତ କାର୍ଯାଳୟରେ ନିର୍ଦ୍ଧାରିତ ସମୟ ଠାରୁ ଅଧିକ ସମୟ କାର୍ଯ୍ୟ କରାଯିବା ସହିତ ଅଧିକ କାଉଣ୍ଟର ଖୋଲାଯାଇଛି | ନଭେମ୍ବର ୧୦, ୨୦୧୬ ତାରିଖରେ ପ୍ରାୟ ଦଶ କୋଟି ବିନିମୟ ନେଣଦେଣ ହୋଇଥିବାର ସୂଚନା ମିଳିଛି | ଅଧିକନ୍ତୁ, ଏହି ପରିସ୍ଥିତି ର ସୁଧାର ନିମନ୍ତେ ତଥା ଜନସାଧାରଣଙ୍କ ଜରୁରୀ ଆବଶ୍ୟକତାକୁ ପୂରଣ କରିବା ପାଇଁ ସମସ୍ତ ବ୍ୟାଙ୍କ ତଥା ରିଜର୍ଭ ବ୍ୟାଙ୍କକୁ ଶନିବାର ଓ ରବିବାର ଖୋଲା ରଖା ଯାଇ ଅଛି |

୨୦୦୦ ଟଙ୍କିଆ ନୋଟ ସହିତ ଅନ୍ୟ ବୈଧ ଦେୟ ନୋଟ ଗୁଡିକର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଦେଶର ୪୦୦୦ ରୁ ଅଧିକ ସ୍ଥାନରେ ଥିବା କରେନ୍ସି ଚେଷ୍ଟ ଗୁଡିକରେ ଯଥେଷ୍ଟ ପରିମାଣର ନୋଟ ରଖାଯାଇଅଛି । ଅନ୍ୟ ବ୍ୟାଙ୍କ ଶାଖା ଗୁଡିକ କରେନ୍ସି ଚେଷ୍ଟ ମାନଙ୍କ ସହିତ ସଂଯୁକ୍ତ କରାଯାଇଛି | ଆବଶ୍ୟକତା ପୂରଣ କରିବା ପାଇଁ ନୋଟ ପ୍ରେସ ଗୁଡିକ ସେମାନଙ୍କର ପୁରା କ୍ଷମତାନୁସାରେ ନୋଟ ମୁଦ୍ରଣ କରୁଛନ୍ତି, ଯାହାଦ୍ଵାରା ଆବଶ୍ୟକ ପରିମାଣରେ ନୋଟ ମିଳିପାରିବ |

ଏହି ପ୍ରୟାସ ଜାରି ରହି ଥିବା ସମୟରେ ଜନସାଧାରଣଙ୍କୁ ପ୍ରି - ପେଡ କାର୍ଡ , ରୂପେ/ କ୍ରେଡିଟ୍‍ /ଡେବିଟ୍‍ କାର୍ଡ , ମୋବାଇଲ୍‍ ବ୍ୟାଙ୍କିଙ୍ଗ, , ଇନ୍ଟର୍ନେଟ ବ୍ୟାଙ୍କିଙ୍ଗ ଆଦି ବିକଳ୍ପ ଦେୟ ବ୍ୟବସ୍ଥା ଗ୍ରହଣ କରିବାକୁ ଉତ୍ସାହିତ କର ଯାଉଅଛି । ଯେଉଁ ମାନଙ୍କର ଜନ ଧନ ଯୋଜନା ରେ ଖାତା ଖୋଲା ଯାଇଅଛି ସେମାନେ ସେହି ଆକାଉଂଟ ଓ କାର୍ଡ ର ବ୍ୟବହାର କରିବାକୁ ଅନୁରୋଧ କରାଯାଉଛି । ଉପରୋକ୍ତ ବ୍ୟବସ୍ଥା ଗୁଡିକ ନୋଟ ବ୍ୟବହାର ଜନିତ ଚାପକୁ ଲାଘବ କରିବା ସହିତ ଏକ ଡିଜିଟାଲ୍‍ ବିଶ୍ୱର ଅନୁଭୂତି ବୃଦ୍ଧି କରିବାରେ ସହାୟକ ହେବ ।

ଏହି ନିର୍ଦ୍ଧିଷ୍ଟ ବ୍ୟାଙ୍କ ନୋଟ ଗୁଡିକୁ ଅନ୍ୟ ମୂଲ୍ୟ ବର୍ଗ ର ନୋଟରେ ବଦଳ କରିବାର ଯୋଜନା ଆସନ୍ତା ଡିସେମ୍ବର ୩0, ୨୦୧୬ ତାରିଖ ପର୍ଯ୍ୟନ୍ତ ସାରା ଦେଶରେ ଉପଲବ୍ଧ ଏବଂ ତାପରେ ରିଜର୍ଭ ବ୍ୟାଙ୍କର ନିର୍ଦ୍ଧିଷ୍ଟ କାର୍ୟାଳୟ ଗୁଡିକରେ ଉପଲବ୍ଧ ହେବ | ଏହି ସୁବିଧାର ଅବଧି ଅଧିକ ଥିବାରୁ ନୋଟ ବଦଳ କରିବା ପାଇଁ ଜନସାଧାରଣ ବ୍ୟାଙ୍କଶାଖା ମାନଙ୍କ ଉପରେ ପରିହାର୍ଯ୍ୟ ଚାପ ସୃଷ୍ଟି କରିବା ଜରୁରୀ ନୁହେଁ ।

Alpana Killawala
Principal Adviser

Press Release : 2016-2017/1190

RbiTtsCommonUtility

प्ले हो रहा है
ଶୁଣନ୍ତୁ

Related Assets

RBI-Install-RBI-Content-Global

RbiSocialMediaUtility

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ମୋବାଇଲ୍ ଆପ୍ଲିକେସନ୍ ଇନଷ୍ଟଲ୍ କରନ୍ତୁ ଏବଂ ଲାଟେଷ୍ଟ ନିଉଜ୍ କୁ ଶୀଘ୍ର ଆକ୍ସେସ୍ ପାଆନ୍ତୁ!

Scan Your QR code to Install our app

RbiWasItHelpfulUtility

ଏହି ପେଜ୍ ସହାୟକ ଥିଲା କି?