RbiSearchHeader

Press escape key to go back

Past Searches

Page
Official Website of Reserve Bank of India

Notification Marquee

RBI Announcements
RBI Announcements

RbiAnnouncementWeb

RBI Announcements
RBI Announcements

Asset Publisher

78489611

ଏସ୍.ବି.ଏନ୍.ରୁ ବୈଧ ମୁଦ୍ରା ମାନ୍ୟତା ଉଚ୍ଛେଦ : ଅସୁରକ୍ଷିତ / ଅଶାସକୀୟ ଚ଼ାନେଲ ଗୁଡ଼ିକରୁ ଗୃହିତ ସୂଚ଼ନା ବିରୁଦ୍ଧରେ ଆର୍.ବି.ଆଈ.ର ଚ଼େତାବନୀ

ଡ଼ିସେମ୍ବର 01, 2016

ଏସ୍.ବି.ଏନ୍.ରୁ ବୈଧ ମୁଦ୍ରା ମାନ୍ୟତା ଉଚ୍ଛେଦ : ଅସୁରକ୍ଷିତ / ଅଶାସକୀୟ ଚ଼ାନେଲ ଗୁଡ଼ିକରୁ ଗୃହିତ ସୂଚ଼ନା ବିରୁଦ୍ଧରେ ଆର୍.ବି.ଆଈ.ର ଚ଼େତାବନୀ

ବିନିର୍ଦ୍ଦିଷ୍ଟ ବ୍ୟାଙ୍କ ନୋଟ (ଏସ୍.ବି.ଏନ୍.) ରୁ ବୈଧ ମୁଦ୍ରା ମାନ୍ୟତା ଉଚ୍ଛେଦ ପରିପ୍ରେକ୍ଷୀରେ ଭାରତୀୟ ରିଜର୍ଭ ବ୍ୟାଙ୍କ, ବ୍ୟାଙ୍କମାନଙ୍କୁ ସମୟ ସମୟରେ ନିର୍ଦ୍ଦେଶ ପଠାଉଛନ୍ତି ଯେଉଁଗୁଡ଼ିକ ବ୍ୟାଙ୍କମାନଙ୍କୁ ଶାସକୀୟ ମେଲ୍ ମାଧ୍ୟମରେ ସିଧାସଳଖ ପଠାଯାଉଛି । ଏଗୁଡ଼ିକୁ ରିଜର୍ଭ ବ୍ୟାଙ୍କର ଶାସକୀୟ ୱେବସାଇଟ୍ (/en/web/rbi) ରେ ମଧ୍ୟ ସ୍ଥାନିତ କରାଯାଉଛି ।

ଏପରି ରିପୋର୍ଟ ମିଳୁଛି ଯେ, ସୋସିଆଲ୍ ମିଡ଼ିଆରେ କେତେକ ନୀତି ନିୟମ / ନିର୍ଦ୍ଦେଶ, ରିଜର୍ଭ ବ୍ୟାଙ୍କ ଦ୍ୱାରା ଜାରି କରା ଯାଇଥିବା କଥା କେତେକ ଅସାଧୁ ବ୍ୟକ୍ତିଙ୍କ ଦ୍ୱାରା ପ୍ରଚ଼ାର କରାଯାଇ ଜନସାଧାରଣ / ବ୍ୟାଙ୍କ କର୍ମକର୍ତ୍ତାଙ୍କ ମନରେ ଦ୍ୱନ୍ଦ ସୃଷ୍ଟି କରାଯାଉଛି ।

ଏଣୁ ବ୍ୟାଙ୍କ ଓ ଜନସାଧାରଣଙ୍କୁ ଚ଼େତେଇ ଦିଆଯାଉଛି ଯେ, କେବଳ ରିଜର୍ଭ ବ୍ୟାଙ୍କର ଶାସକୀୟ ୱେବସାଇଟ (/en/web/rbi) ରେ ଅପ୍ ଲୋଡ଼ ହୋଇଥିବା ବା ରିଜର୍ଭ ବ୍ୟାଙ୍କର ଶାସକୀୟ ମେଲ୍ ମାଧ୍ୟମରେ ଗୃହିତ ହୋଇଥିବା ନିର୍ଦ୍ଦେଶ ଦ୍ୱାରା ପରିଚ଼ାଳିତ ହେବେ ।

ଜନସାଧାରଣଙ୍କୁ ସୂଚ଼ିତ କରେଇ ଦିଆଯାଉଛି ଯେ, ସୋସିଆଲ୍ ମିଡ଼ିଆ ଭଳି ଅସୁରକ୍ଷିତ / ଅଶାସକୀୟ ଚ଼ାନେଲ ଯେଉଁଥିରେ ଉପଲବ୍ଧ ନଥିସମୁହର ପ୍ରାମାଣିକତା ଉପରେ ପ୍ରଶ୍ନ ଉଠୁଛି ଏବଂ ଯାହାକୁ ସତ୍ୟାପିତ କରାଯାଇ ପାରିବ ନାହିଁ,ତାହା ଉପରେ ଭରସା କରିବା ଅନୁଚିତ।

ଅଜିତ ପ୍ରସାଦ
ସହାୟକ ପରାମର୍ଶଦାତା

ପ୍ରେସ୍ ପ୍ରକାଶନ : 2016-2017/1382

RbiTtsCommonUtility

प्ले हो रहा है
ଶୁଣନ୍ତୁ

Related Assets

RBI-Install-RBI-Content-Global

RbiSocialMediaUtility

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ମୋବାଇଲ୍ ଆପ୍ଲିକେସନ୍ ଇନଷ୍ଟଲ୍ କରନ୍ତୁ ଏବଂ ଲାଟେଷ୍ଟ ନିଉଜ୍ କୁ ଶୀଘ୍ର ଆକ୍ସେସ୍ ପାଆନ୍ତୁ!

ଆମର ଆପ୍ ଇନଷ୍ଟଲ୍ କରିବାକୁ QR କୋଡ୍ ସ୍କାନ୍ କରନ୍ତୁ

RbiWasItHelpfulUtility

ପେଜ୍ ଅନ୍ତିମ ଅପଡେଟ୍ ହୋଇଛି:

ଏହି ପେଜ୍ ସହାୟକ ଥିଲା କି?