RbiSearchHeader

Press escape key to go back

Past Searches

Page
Official Website of Reserve Bank of India

Notification Marquee

RBI Announcements
RBI Announcements

RbiAnnouncementWeb

RBI Announcements
RBI Announcements

Asset Publisher

78498109

500 ଓ 1000 ଟଙ୍କିଆ ନୋଟର ବିଧିମାନ୍ୟତା ଉଚ୍ଛେଦ - ଭାରତୀୟ ରିଜର୍ଭ ବ୍ୟାଙ୍କର ନୋଟିସ୍

ନଭେମ୍ବର 08, 2016

500 ଓ 1000 ଟଙ୍କିଆ ନୋଟର ବିଧିମାନ୍ୟତା ଉଚ୍ଛେଦ - ଭାରତୀୟ ରିଜର୍ଭ ବ୍ୟାଙ୍କର ନୋଟିସ୍

ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ନଭେମ୍ବର 8, 2016 ସୁଦ୍ଧା ଜାରୀ କରାଯାଇଥିବା ମହାତ୍ମା ଗାନ୍ଧୀ ସିରିଜର 500 ଓ 1000 ଟଙ୍କିଆ ମୂଲ୍ୟବର୍ଗର ବ୍ୟାଙ୍କନୋଟର ବିଧିମାନ୍ୟତା, ଭାରତ ସରକାରଙ୍କ ନେମ୍ବର 8, 2016 ତାରିଖର ଅଧିସୂଚ଼ନା ସଂଖ୍ୟା 2652 ଦ୍ୱାରା ଉଚ୍ଛେଦ କରାଯାଇଛି ।

ଭାରତୀୟ ବ୍ୟାଙ୍କନୋଟର ନଲକି କାରବାର ନିୟଂତ୍ରଣ କରିବା, ନଗଦ କଳାଧନ ଗଚ୍ଛିତ କରି ରଖିବା ପ୍ରକ୍ରିୟାକୁ ବିଫଳ କରିବା ଓ ନକଲି ନୋଟ ମାଧ୍ୟମରେ ଆତଙ୍କବାଦକୁ ପାଣ୍ଠି ହ୍ରାସ କରାଇବା ଆବଶ୍ୟକ ହୋଇପଡିଛି ।

ଏହି ମୂଲ୍ୟବର୍ଗର ନୋଟ ରଖିଥିବା ସର୍ବସାଧାରଣ, କର୍ପୋରେଟ ଅଫିସ୍, ବ୍ୟାବସାୟିକ ପ୍ରତିଷ୍ଠାନ, ସୋସାଇଟି, ଟ୍ରଷ୍ଟ ଇତ୍ୟାଦି ନଭେମ୍ବର 10, 2016ରୁ ରିଜର୍ଭବ୍ୟାଙ୍କର ଯେ କୌଣସି ଅଫିସ୍ ବା କୌଣସି ବ୍ୟାଙ୍କ ଶାଖାରେ ଏହି ନୋଟ ଜମାକରି ସେହି ମୂଲ୍ୟର ଟଙ୍କାକୁ ନିଜର ବ୍ୟାଙ୍କ ଖାତାରେ ଜମା କରି ପାରିବେ।

ତତ୍କାଳ ନଗଦ ଆବଶ୍ୟକତା ଦୃଷ୍ଟିରୁ ପ୍ରତ୍ୟକ ବ୍ୟକ୍ତି 4000 ଟଙ୍କା ମୂଲ୍ୟର ଏହି ନୋଟ୍ ବ୍ୟାଙ୍କ ଶାଖାଗୁଡ଼ିକରେ କାଉଁଟରରେ ବଦଳେଇ ପାରିବେ ।

ଏହି ଅଦଳବଦଳ ସୁବିଧା ହାସଲ କରିବା ପାଇଁ ପ୍ରତ୍ୟେକ ନିଜ ନିଜର ପରିଚ଼ୟ ପତ୍ର ଦେଖେଇବାକୁ ଅନୁରୋଧ ।

ନିଜ ବ୍ୟାଙ୍କ ଖାତାରେ ଜମା ହୋଇଥିବା ରାଶିକୁ ଚ଼େକ୍ ପ୍ରଦାନ କରି ବା ଇଲେକଟ୍ରୋନିକ୍ ମାଧ୍ୟମ ଯଥା, ଏନ୍.ଇ.ଏଫ୍.ଟି., ଆର୍.ଟି.ଜି.ଏସ୍., ଆଇ.ଏମ୍.ପି.ଏସ୍., ମୋବ୍ଇଲ୍ ବ୍ୟାଙ୍କିଙ୍ଗ, ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ ଆଦି ମାଧ୍ୟମରେ ସ୍ୱଚ୍ଛନ୍ଦରେ ଉପଯୋଗ କରାଯାଇ ପାରିବ . ନଭେମ୍ବର 9, 2016 ତାରିଖରୁ ନଭେମ୍ବର 24, 2016 ତାରିଖର କାରବାର ସମାପ୍ତି ପର୍ଯ୍ୟନ୍ତ ବ୍ୟାଙ୍କ ଖାତାରୁ ବ୍ୟାଙ୍କ କାଉଁଟରରେ ନଗଦ ଉଠାଣ ଦୈନିକ 10, 000 ଟଙ୍କାରୁ ସାପ୍ତାହିକ ସର୍ବମୋଟ୍ ସୀମା 20,000 ଟଙ୍କା ମଧ୍ୟରେ ସୀମିତ ରହିବ .ଏହାପରେ ଏହି ସୁବିଧାଗୁଡ଼ିକର ପୂନର୍ବିଚାର କରାଯିବ ।

ପୁର୍ନସଂଶୋଧନ ନିମିତ୍ତ ନଭେମ୍ବର 9, 2016 ତାରିଖରେ ସମସ୍ତ ଏ.ଟି.ଏମ୍. ଓ ଅନ୍ୟ କ୍ୟାସ୍ ମେସିନ୍ ବନ୍ଦ ରହିବ . କାର୍ଯ୍ୟକ୍ଷମ ହେବାପରେ ସେଗୁଡ଼ିକୁ ସକ୍ରିୟ କରାଯିବ ଏବଂ ଏ.ଟି.ଏମ୍.ଗୁଡ଼ିକରୁ ନଗଦ ଉଠାଣ ନଭେମ୍ବର 18, 2016 ତାରିଖ ପର୍ଯ୍ୟନ୍ତ ପ୍ରତି କାର୍ଡ ପାଇଁ ଦୈନିକ 2000 ଟଙ୍କା ପର୍ଯ୍ୟନ୍ତ ସୀମିତ କରାଯିବ ଏବଂ ଏହି ସୀମାକୁ ନଭେମ୍ବର 19, 2016 ତାରିଖଠାରୁ କାର୍ଡ ପ୍ରତି ଦୈନିକ 4000 ଟଙ୍କାକୁ ବର୍ଦ୍ଧିତ କରାଯିବ ।

ଡିସେମ୍ବର୍ 30, 2016 ସୁଦ୍ଧା କୌଣସି ନିର୍ଦ୍ଧିଷ୍ଟ ବ୍ୟାଙ୍କ ନୋଟକୁ ନିଜ ବ୍ୟାଙ୍କ ଖାତାରେ ଜମା କରାଇବା ବା ଅଦଳ ବଦଳ କରାଇବାକୁ ଅକ୍ଷମ ବ୍ୟକ୍ତିଙ୍କୁ ରିଜର୍ଭ ବ୍ୟାଙ୍କର ନିର୍ଦ୍ଧିଷ୍ଟ ଅଫିସରେ ସୁଯୋଗ ମିଳିବ ଅଥବା ରିଜର୍ଭ ବ୍ୟାଙ୍କ ଦ୍ୱାରା ସଂଚିତ ଏପରି ଅନ୍ୟ କୋଣସି ସୁବିଧା ପରବର୍ତ୍ତି ତାରିଖ ପର୍ଯ୍ୟନ୍ତ ମିଳିବ ।

ଅଧିକ ଏବଂ ସବିଶେଷ ସୂଚଡନା ପାଇଁ ସର୍ବସାଧାରଣ ଆର୍.ବି. ଆଈ. ୱେବସାଇଟ୍ www.rbi.org.in ବା ସରକାରୀ ୱେବସାଇଟ www.finmin.nic.in ର ଅବଲୋକନ କରିପାରିବେ ।

ଅଳ୍ପନା କିଲାୱାଲା
ପ୍ରଧାନ ପରାମର୍ଶଦାତା

ପ୍ରେସ୍ ପ୍ରକାଶନ – 2016-2017/1142

RbiTtsCommonUtility

प्ले हो रहा है
ଶୁଣନ୍ତୁ

Related Assets

RBI-Install-RBI-Content-Global

RbiSocialMediaUtility

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ମୋବାଇଲ୍ ଆପ୍ଲିକେସନ୍ ଇନଷ୍ଟଲ୍ କରନ୍ତୁ ଏବଂ ଲାଟେଷ୍ଟ ନିଉଜ୍ କୁ ଶୀଘ୍ର ଆକ୍ସେସ୍ ପାଆନ୍ତୁ!

ଆମର ଆପ୍ ଇନଷ୍ଟଲ୍ କରିବାକୁ QR କୋଡ୍ ସ୍କାନ୍ କରନ୍ତୁ

RbiWasItHelpfulUtility

ପେଜ୍ ଅନ୍ତିମ ଅପଡେଟ୍ ହୋଇଛି:

ଏହି ପେଜ୍ ସହାୟକ ଥିଲା କି?