ବିଏସବିଡି ଖାତା ସହିତ କୌଣସି ସର୍ବନିମ୍ନ ବାଲାନ୍ସ ନାହିଁ - ଆରବିଆଇ - Reserve Bank of India
ସଂକ୍ଷିପ୍ତ ବିବରଣୀ
ସଂକ୍ଷିପ୍ତ ବିବରଣୀ
ନିଜର ମୂଳ ସଂଚୟ ବ୍ୟାଙ୍କ ଜମା (ବିଏସବିଡି) ଖାତା ଖୋଲନ୍ତୁ । ନ୍ୟୁନତମ ଜମା ରାଶି ରଖିବାର କୌଣସି ଆବଶ୍ୟକତା ନାହିଁ । କେବଳ ଆଧାର କାର୍ଡ ଏବଂ ପ୍ୟାନ କାର୍ଡ କିମ୍ବା ଫର୍ମ ସଂ. 60 ଦ୍ୱାରା ସହଜରେ ଖାତା ଖୋଲିବାର ସୁବିଧା ପାଆନ୍ତୁ ।
- ମୂଳ ସଂଚୟ ବ୍ୟାଙ୍କ ଜମା ଖାତା (ବିଏସବିଡି) ଯେ କୌଣସି ବ୍ୟକ୍ତି ଖୋଲି ପାରିବେ । ଏଥିରେ ବୟସ ଏବଂ ଆୟର କୌଣସି ସମ୍ବନ୍ଧ ନାହିଁ ।
- ବିନା କୌଣସି ପ୍ରାରମ୍ଭିକ ଜମା ରାଶିରେ ବିଏସବିଡି ଖାତା ଖୋଲା ଯାଇପାରିବ ଆଉ ଏଥିରେ ସର୍ବନିମ୍ନ ଜମା ରାଶି ରଖିବାର କୌଣସି ଆବଶ୍ୟକତା ନାହିଁ ।
- ଗ୍ରାହକଙ୍କ ଅନୁରୋଧରେ ସାମାନ୍ୟ ସଂଚୟ ବ୍ୟାଙ୍କ ଖାତାକୁ ବିଏସବିଡି ଖାତାରେ ପରିବର୍ତ୍ତନ କରାଯାଇ ପାରିବ ।
- ଏଟିଏମ-ସହ ଡେବିଟ କାର୍ଡ ଭଳି ମୌଳିକ ବ୍ୟାଙ୍କିଙ୍ଗ ସୁବିଧା, ବିଏସବିଡି ଖାତାଧାରୀଙ୍କୁ ବିନା ଶୁଳ୍କରେ ଦିଆ ଯାଏ ।
- ବିଏସବିଡି ଖାତାରେ ଜମା କରିବାର ସଂଖ୍ୟା ସୀମିତ ନୁହେଁ ।
- ବିଏସବିଡି ଖାତାଧାରୀ ପ୍ରତି ମାସରେ ଅଧିକତମ ଚାରି ଥର ବିନା ଶୁଳ୍କରେ ପଇସା କାଢ଼ି ପାରିବେ, ଯାହା ଭିତରେ ଏଟିଏମ ରୁ କାଢ଼ିବା, ଆରଟିଜିଏସ / ଏନ.ଇ.ଏଫ୍.ଟି/ କ୍ଲିୟରିଂଗ/ଇଣ୍ଟରନେଟ ଡେବିଟ/ ସ୍ଥାୟୀ ଅନୁଦେଶ/ଇଏମଆଇ ଇତ୍ୟାଦି ଅନ୍ତର୍ଗତ ।
- ବିଏସବିଡି ଖାତାଧାରୀ ସେଇ ବ୍ୟାଙ୍କରେ ଅନ୍ୟ ସଂଚୟ ବ୍ୟାଙ୍କ ଖାତା ଖୋଲି ପାରିବେ ନାହିଁ ।
କ୍ଵିକ୍ ଲିଙ୍କ
ଆପଣ ବିଷୟରେ ଅଧିକ ଜାଣିବାକୁ ଚାହୁଁଥିବା ବିଷୟ ଉପରେ କ୍ଲିକ୍ କରନ୍ତୁ ଏବଂ ଏହା ବିଷୟରେ ଆପଣଙ୍କର ସବିଶେଷ ସୂଚନା ରହିବ. ଯଦି ଆପଣ ଅଧିକ ସ୍ପଷ୍ଟୀକରଣ ଆବଶ୍ୟକ କରନ୍ତି, ତେବେ ଦୟାକରି ଆମକୁ rbikehtahai@rbi.org.in ରେ ଲେଖନ୍ତୁ
ବ୍ୟାଙ୍କ ସ୍ମାର୍ଟ
ଆପଣଙ୍କର କରେନ୍ସି ଜାଣନ୍ତୁ
ଆପଣଙ୍କର ଆର୍ଥିକ ସ୍ଥିତିକୁ ସୁରକ୍ଷିତ ରଖନ୍ତୁ
ଆରବିଆଇ ସହିତ ଯୋଗାଯୋଗ କରନ୍ତୁ
ପେଜ୍ ଅନ୍ତିମ ଅପଡେଟ୍ ହୋଇଛି: ସେପ୍ଟେମ୍ବର 19, 2024
ଏହି ପେଜ୍ ସହାୟକ ଥିଲା କି?